ପାକିସ୍ତାନୀ କଣ୍ଠଶିଳ୍ପୀଙ୍କ ସଙ୍ଗୀନ ଅଭିଯୋଗ, ଗୀତ ଚୋରିକରିଛନ୍ତି କରଣ ଜୋହର

0

ମୁମ୍ବାଇ(ଓଡ଼ିଆ ନ୍ୟୁଜ୍‌): କରଣ ଜୋହରଙ୍କ ‘ଧର୍ମା ପ୍ରଡକ୍ସନ’ର ଫିଲ୍ମ ‘ଯୁଗ ଯୁଗ ଜିଓ’ ଟ୍ରେଲର୍ ଲଞ୍ଚ୍ ହେବା ପରେ ଚଳଚ୍ଚିତ୍ରଟିକୁ ନେଇ ବିବାଦ ଦେଖାଦେଇଛି । ଏହି ଫିଲ୍ମର ଟ୍ରେଲର୍ରେ ଫିଲ୍ମଟିର ଏକ ଗୀତ ‘ନାଚ୍ ପଞ୍ଜାଗନ୍’ର କିଛି ଅଂଶ ରହିଛି। ଏହି ଗୀତରେ ସବୁ ଷ୍ଟାର୍ ଝୁମୁଥିବାର ଟ୍ରେଲର୍ରେ ଦେଖିବାକୁ ମିଳିଛି। ତେବେ ଟ୍ରେଲର୍ ରିଲିଜ୍ ହେବା ପରେ ବିବାଦ ଦେଖାଦେଇଛି । ଆଉ ଏହି ଗୀତଟି ଚୋରୀ ହୋଇଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ପାକିସ୍ତାନୀ କଣ୍ଠଶିଳ୍ପୀ ଅବରାର୍ ଉଲ ହକ୍ । ଅବରାର୍ଙ୍କ ଅଭିଯୋଗ ମୁତାବକ ଏହି ଗୀତ କୁଆଡ଼େ ନୂଆ ନୁହେଁ, ବହୁ ପୁରୁଣା। ଯାହାକୁ ଅବରାର୍ ନିଜେ ଗାଇଛନ୍ତି। ଅର୍ଥାତ ଏହା କରଣ ଜୋହରଙ୍କ ‘ଧର୍ମା ପ୍ରଡକ୍ସନ’ର ନିଜ ଗୀତ ନୁହେଁ ତାଙ୍କ ନିଜସ୍ୱ ଗୀତ। ଏ ନେଇ କରଣ ଙ୍କ ଉପରେ ଗୀତ ଚୋରି ଅଭିଯୋଗ ଆଣିଛନ୍ତି ଅବରାର୍।

Leave A Reply

Your email address will not be published.