ରଞ୍ଜନ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରଞ୍ଜନ ଦାସ ହେଲେ ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଭି.ଭି. ଯାଦବଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ ଆଇଏଏସ୍‌ ରଞ୍ଜନ ଦାସ । ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ସେ ପୂର୍ଣ୍ଣକାଳିନ ଦାୟିତ୍ବରେ ରହିବେ । ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଥିଲେ ରଞ୍ଜନ । ସେହିଭଳି ରାଜ୍ୟ ସରକାର ଦିଲ୍ଲୀପ ରାଉତରାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି । ୨୦୦୩ ବ୍ୟାଚର ଆଇଏଏସ୍‌ ଅଧିକାରୀ ଶ୍ରୀକାନ୍ତ ପୃଷ୍ଟିଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ବ ମିଳିଛି। ଶ୍ରୀକାନ୍ତ ପୃଷ୍ଟି ଏବେ ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗରେ କାର୍ଯ୍ୟରତ ଅଛନ୍ତି।

ସୁଚନାଯୋଗ୍ୟ,  ଶନିବାର ବରିଷ୍ଠ ଆଇପିଏଏସ୍‌  ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି ହୋଇଛି। ବରିଷ୍ଠ ଆଇପିଏସ୍‌ ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ମିଳିଛି। ସେ ଏସ୍‌ସିଆରବି ନିର୍ଦ୍ଦେଶକ ସହ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଆଇପିଏସ୍‌ଙ୍କୁ ଗୃହ ବିଭାଗ ଓଏସଡି ଭାବେ ବଦଳି କରିଛନ୍ତି। କମ୍ୟୁନିକେସନ ଡିଜି ଅରୁଣ ରାୟଙ୍କୁ ଗୃହ ବିଭାଗ ଓଏସଡି ଭାବେ ମୁତୟନ କରାଯାଇ ଥିବା ବେଳେ ଏଚ୍‌ଆରପିସି ସ୍ପେଶାଲ ଡିଜି ସିଦ୍ଧାର୍ଥ ନର୍ଭାଣେଙ୍କୁ ମଧ୍ୟ ଓଏସଡି ଭାବେ ନୂଆ ନିଯୁକ୍ତି ମିଳିଛି।

Leave A Reply

Your email address will not be published.