ଆଜି ଅଷ୍ଟମ ଦିନରେ ଋଷିଆ ଏବଂ ୟୁକ୍ରେନ ଯୁଦ୍ଧ। ରୁଷିଆ ପକ୍ଷରୁ ଏହି ଆକ୍ରମଣ ଜାରି ରହିଛି। ଏହି ସମୟରେ ମିଳିତ ଜାତିସଂଘର ସାଧାରଣ ସଭା ଏକ ସଂକଳ୍ପ ପାରିତ କରି ଋଷିଆର ସୈନିକମାନଙ୍କୁ ୟୁକ୍ରେନରୁ ଓହରିଯିବାକୁ କହିଛି। ଏହା ବ୍ୟତୀତ ୟୁକ୍ରେନରେ ଏୟାର ଷ୍ଟ୍ରାଇକ୍ ଆଲର୍ଟ ଜାରି କରାଯାଇଛି।
ମିଳିତ ଜାତିସଂଘର ସାଧାରଣ ସଭାର ଆକଳନ ଅନୁଯାୟୀ, ୟୁକ୍ରେନରେ ହୋଇଥିବା ଋଷିଆ ଆକ୍ରମଣରେ ଏପର୍ଯ୍ୟନ୍ତ ୭୫୨ ଜଣଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷିଆର ସୈନ୍ୟମାନଙ୍କୁ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ ଚେତାବନୀ ଦେଇଛନ୍ତି। ଋଷିଆ ବର୍ତ୍ତମାନ ଆର୍ଥିକ ଦୃଷ୍ଟିରୁ ୟୁକ୍ରେନକୁ ଧ୍ୱଂସ କରିବା ଆରମ୍ଭ କରିଛି। ସଦ୍ୟତମ ସୂଚନା ଅନୁଯାୟୀ, ରୁଷିଆ ୟୁକ୍ରେନର ଚେର୍ନିହିଭ ତୈଳ ଡିପୋ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଆନ୍ତର୍ଜାତୀୟ ପାରାଲିମ୍ପିକ୍ କମିଟି (ଆଇପିସି) ରୁଷ ବିରୋଧରେ କଠୋର ନିଷ୍ପତ୍ତି ନେଇଛି। ଋଷିଆ ଏବଂ ବେଲାରୁଷ ଆଥଲେଟମାନଙ୍କୁ ଶୀତକାଳୀନ ପାରାଲିମ୍ପିକ୍ସରୁ ବାରଣ କରାଯାଇଛି। ଭାରତୀୟ ବାୟୁସେନା କହିଛି ଯେ ଅପରେସନ୍ ଗଙ୍ଗା ଅଧୀନରେ ପ୍ରଥମ ଚାରିଟି IAF C-17 ବିମାନ ରୋମାନିଆ, ହଙ୍ଗେରୀ ଏବଂ ପୋଲାଣ୍ଡର ଏୟାରଫିଲ୍ଡ ବ୍ୟବହାର କରି ୭୯୮ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିଛି।