ବାଲେଶ୍ୱର କୋର୍ଟକୁ ବୋମା ଧମକ ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

0

ଓଡ଼ିଆ ନ୍ୟୁଜ୍: ବାଲେଶ୍ବର କୋର୍ଟକୁ ମିଳିଛି ବୋମା ଧମକ। ବାଲେଶ୍ୱର ଜିଲ୍ଲା ଦୌରାଜଜ କୋର୍ଟକୁ ଆସିଛି ବୋମା ଧମକ। କୋର୍ଟକୁ ବୋମାରେ ଉଡାଇ ଦେବାକୁ ବିଚାରପତିଙ୍କ ନିକଟକୁ ଆସିଛି ଅଜଣା ଇମେଲ୍। ଧମକ ଆସିବା ପରେ କୋର୍ଟ ପରିସରରେ ଲୋକେ ଭୟଭୀତ ହୋଇ ପଡିଥିଲେ। ତୁରନ୍ତ କୋର୍ଟ ପରିସରରୁ ସମସ୍ତଙ୍କୁ ଖାଲି କରାଯାଇଥିଲା।

କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କୋର୍ଟ ପରିସରରେ ଅଧିକ ମାତ୍ରାରେ ପୋଲିସ ମୁତୟନ ହୋଇଛନ୍ତି। ବୋମା ନିଷ୍କ୍ରିୟକାରୀ ଟିମ୍ କୋର୍ଟ ପରିସରରେ ଛାନଭିନ କରୁଛନ୍ତି। ଅନୁଗୋଳ ଜିଲ୍ଲା ଓ ଦୌରା ଜଜ୍ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏକ ଅଜ୍ଞାତ ଇମେଲ୍ ଜରିଆରେ ଏହି ଧମକ ମିଳିଥିବା ଜଣାପଡିଛି । ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ, ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କୋର୍ଟର କୋଣ ଅନୁକୋଣ ଯାଞ୍ଚ କରୁଛନ୍ତି। ଆଜି ସମ୍ବଲପୁର ଜିଲ୍ଲା କୋର୍ଟକୁ ବୋମା ଧମକ ମଧ୍ୟ ମିଳିଛି ।

Leave A Reply

Your email address will not be published.