କିଛିଦିନର ବ୍ୟବଧାନ ପରେ କଟକରେ ପୁଣି ଫୁଟିଲା ଗୁଳି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ କଟକରେ ପୁଣି ଫୁଟିଲା ଗୁଳି। କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଫୁଟିଛି ଗୁଳି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚିନ୍ତାମଣି ସାହୁ। ସେ ଜଣେ ରାଜମିସ୍ତ୍ରୀ ଥିଲେ। ତାଙ୍କ ଘର ବାଙ୍କୀ ଅଞ୍ଚଳରେ। ଚିନ୍ତାମଣିଙ୍କୁ ତାଙ୍କର ଦୁଇ ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଥିଲା। ଚିନ୍ତାମଣି ସୁଭଦ୍ରାପୁର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବା ବେଳେ ତାଙ୍କର ଦୁଇ ସାଙ୍ଗ ସେଠାକୁ ଆସିଥିଲେ। ସେତେବେଳେ ଚିନ୍ତାମଣିଙ୍କ ପତ୍ନୀ ମଧ୍ୟ ଘରେ ଥିଲେ। ତାଙ୍କ ପତ୍ନୀ କିଛି ସମୟ ପାଇଁ ଘର ବାହାରକୁ ଯାଇଥିବା ବେଳେ ଫୁଟିଥିଲା ଗୁଳି। ଆଉ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ଚିନ୍ତାମଣି। ଚିନ୍ତାମଣିଙ୍କୁ ହତ୍ୟା କରି ତାଙ୍କର ଦୁଇ ସାଙ୍ଗ ବାଇକ୍‌ରେ ଫେରାର ହୋଇଯାଇଥିଲେ।

ତେବେ ସେମାନେ କାହିଁକି ଏହି କାଣ୍ଡ ଘଟାଇଲେ, ତାହା ଜଣାପଡ଼ିନାହିଁ। ପୂର୍ବ ଶତୃତାରୁ ଏହି ଘଟଣା ଘଟିଥିବା କୁହାଯାଉଛି। କିନ୍ତୁ କାହିଁକି ଶତୃତା ଥିଲା, ତାହା ଜଣାପଡ଼ିନି।  କଟକ ସଦର ଥାନା ଆଇଆଇସିଙ୍କ ସହିତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

Leave A Reply

Your email address will not be published.