ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ: ୨ ସପ୍ତାହ ପାଇଁ ଜାମିନ ମଞ୍ଜୁର କଲେ ହାଇକୋର୍ଟ

0

କଟକ(ଓଡ଼ିଆ ନ୍ୟୁଜ୍‌): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ । ୨ ସପ୍ତାହ ପାଇଁ ଗୋବିନ୍ଦ ସାହୁକୁ ଅନ୍ତରୀ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ନିଜ ପୁଅ ଓ ସ୍ତ୍ରୀର ଅସୁସ୍ଥତା ଦର୍ଶାଇ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ଗୋବିନ୍ଦଙ୍କ ପକ୍ଷ । ତେବେ ହାଇକୋର୍ଟ ଏହାକୁ ମଂଜୁର କରିଛନ୍ତି । ଜାମିନରେ ଯିବାକୁ ହେଲେ ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ପଡିବ । ସେ କୌଣସି ପ୍ରମାଣ ନଷ୍ଟ କରିବ ନାହିଁ, ସାକ୍ଷୀ ମାନଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି କୋର୍ଟ ସର୍ତ୍ତରେ କହିଛନ୍ତି ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍ସାଇନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ପୁଲିସ ଗୋବିନ୍ଦ ସାହୁ ଓ ତାର ଗାଡ଼ି ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀଙ୍କୁ ୨୦୨୧ ଅକ୍ଟୋବର ମାସରେ ଗିରଫ କରିଥିଲା। ସେହି ଦିନଠାରୁ ୨ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜେଲରେ ଅଛନ୍ତି।

Leave A Reply

Your email address will not be published.