ସ୍କନ୍ଦମାତା ରୂପରେ ପୂଜା ପାଆନ୍ତି ମା’ ଦୁର୍ଗା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମା’ ଦୁର୍ଗତିନାଶୀନି ଦୁର୍ଗାଙ୍କ ଆଗମନରେ ଏଥର ଚଳଚଞ୍ଚଳ ହୋଇଉଠିଛି ଧରାପୃଷ୍ଠ । ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ଦୁର୍ଗାପୂଜା । ଦୀର୍ଘ ୨ ବର୍ଷ ପରେ ମା’ଙ୍କ ପୂଜା ବହୁ ଜାକକମକରେ ହେବାକୁ ଯାଉଛି । ତେବେ ନବରାତ୍ରୀର ପଞ୍ଚମ ଦିନରେ ମା’ ସ୍କନ୍ଦମାତା ବେଶରେ ଦର୍ଶନ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ମା’ଙ୍କର ସ୍କନ୍ଦମାତା ବେଶ ବିଷୟରେ । ଘରେ ଘରେ ପୂଜା ପାଇଥାନ୍ତି ଦୂର୍ଗତିନାଶିନୀ ମା’ ଦୂର୍ଗା । ମାଆଙ୍କ ଆଗମନରେ ସଜେଇ ହୋଇଥାଏ ପୂଜା ମଣ୍ଡପ । ନଅଦିନ ବ୍ୟାପୀ ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ନିଜ ଭକ୍ତ ମାନଙ୍କୁ ନଅଟି ରୂପରେ ଦର୍ଶନ ଦିଅନ୍ତି ମା’ ଜଗଦମ୍ବା । ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗା (ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ)ଙ୍କ ପୂଜା ଅନୁଷ୍ଠିତ ହୁଏ ।

ନବରାତ୍ରୀର ପଞ୍ଚମ ଦିନରେ ସ୍କନ୍ଦମାତା ରୂପରେ ପୂଜା ପାଇଥାନ୍ତି ମା ଦୁର୍ଗା। ନବରାତ୍ରୀର ପଞ୍ଚମ ଦିନରେ ମା’ ସ୍କନ୍ଦମାତାଙ୍କର ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡେ । ମାନ୍ୟତା ରହିଛି ମା’ଙ୍କୁ ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତ ହୋଇଥାଏ ।

ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ। ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି । ସ୍କନ୍ଦ କୁମାର କାର୍ତ୍ତିକେୟଙ୍କ ଜନନୀ ହୋଇଥିବାରୁ ମାଙ୍କ ନାମ ସ୍କନ୍ଦମାତା ରହିଛି। ଭଗବାନ ସ୍କନ୍ଦ ଶିଶୁ ରୂପରେ ମାଙ୍କ ବିଗ୍ରହରେ ବିରାଜମାନ କରିଛନ୍ତି। ଚତୁର୍ଭୁଜା ମା ସ୍କନ୍ଦଙ୍କୁ ନିଜ କୋଳରେ ଧରିଛନ୍ତି। ମାଙ୍କ ବର୍ଣ୍ଣ ଶୁଭ୍ର ଏଵଂ ବାହନ ସିଂହ। ମାଙ୍କ ଉପାସନାରେ ଭକ୍ତର ସବୁ ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହୋଇଥାଏ। ଭକ୍ତଙ୍କ ଉପରେ ମାଙ୍କ କୃପା ଦୃଷ୍ଟି ପଡିଲେ ମୋକ୍ଷ ପ୍ରାପ୍ତି ହୋଇଥାଏ। ତେଣୁ ମା’ଙ୍କ ଏହି ରୂପକୁ ସ୍କନ୍ଦମାତା ରୂପ ବୋଲି କୁହାଯାଏ ।

Leave A Reply

Your email address will not be published.