ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ବଢୁଛି ସାଇବର ଠକାମି । ଏହାର ମୂଳ କାରଣ ହେଉଛି ବେନାମୀ ବା ଫ୍ରି-ଆକ୍ଟିଭେଟେଡ୍ ସିମ୍ । ଯାହାକୁ ନେଇ ବିଭିନ୍ନ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଙ୍କ ସହ କ୍ରାଇବ୍ରାଞ୍ଚ ଓ ସାଇବର କ୍ରାଇମ୍ ୟୁନିଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ତଥ୍ୟ ଅନୁସାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୨୦ ହଜାରରୁ ଅଧିକ ପ୍ରି-ଆକ୍ଟିଭେଟେଡ୍ ସିମ୍ ସହ ୧୪ ଲକ୍ଷ ଟଙ୍କା ୨୦୨୨ ମେ ମାସରେ ଜବତ ହୋଇଥିଲା । ୨୦୨୨ ସେପ୍ଟେମ୍ବରରେ ବାରିପଦାରୁ ଠାବ ହୋଇଥିବା ବିପୁଳ ସିମ୍ ସହ ସିମ୍ ବକ୍ସ ମେସିନ୍ । ପରେ ଭୁବନେଶ୍ୱରରୁ ମଧ୍ୟ ୧୭ ହଜାର ସିମ୍ ମିଳିଥିଲା । ଯାହାକି ଜାତୀୟ ସୁରକ୍ଷା ପାଇଁ ପାଲଟିଥିଲା ଚ୍ୟାଲେଞ୍ଜ । ଏଭଳି କାର୍ଯ୍ୟକଳାପକୁ ରୋକିବା ଲାଗି ଟେଲି ଯୋଗାଯୋଗ ମନ୍ତ୍ରଣାଳୟ ଭେରିଫିକେସନ୍ କରୁଥିବା ବେଳେ ଓଡ଼ିଶା କ୍ରାଇମବ୍ରାଞ୍ଚ ଆଡଭାଇଜରି ଜାରି କରିଛି ।
କେବଳ ଆଧାର ସହ ଲିଙ୍କ କରି କରିହେବ ଟେଲି ଭେରିଫିକେସନ୍। ସ୍ଥାୟୀ ଦୋକାନ ଥିବା ଡିଲରମାନେ ହିଁ ବିକ୍ରି କରିପାରିବେ ସିମ୍ କାର୍ଡ । ଯେଉଁ ଡିଲରଙ୍କ ସ୍ଥାୟୀ ଦୋକାନ ଥିବ ସେମାନେ ସିମ୍ କାର୍ଡ ବିକ୍ରି କରି ପାରିବେ । ଫେକ୍ ସିମ୍ ଧରିବା ଲାଗି ଟେଲି ସେବା ପ୍ରଦାନକାରୀ ସଂସ୍ଥା (TSP) ପନ୍ଥା ବାହାର କରିବା ଆବଶ୍ୟକ । ସିମ୍ ଆକ୍ଟିଭେସନ୍ ବେଳେ ଏସଓପି ଉଲ୍ଲଂଘନ କଲେ ବ୍ଲାକ ଲିଷ୍ଟେଡ୍ କରାଯିବ । ଟେଲି ସେବା ପ୍ରଦାନକାରୀ ସଂସ୍ଥା TAFCOP ଟୁଲ୍ ନେଇ ଗ୍ରାହକଙ୍କୁ ସଚେତନ କରାଇବେ । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ଜାରି ହେଲା ନିୟମ।