ଓଡ଼ିଆ ନ୍ୟୁଜ୍: ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ । ମାଲକାନଗିରି ରାଖେଲଗୁଡ଼ାରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାର ତଦନ୍ତ ବେଳେ ପୋଲିସକୁ ମିଳିଛି କଟାମୁଣ୍ଡ । କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ କଟାମୁଣ୍ଡ ଜବତ ହୋଇଛି । କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ । ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଆଜି ମିଳିଲା କଟାମୁଣ୍ଡ । ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମିଳିଲା ମହିଳାଙ୍କ କଟାମୁଣ୍ଡ । ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର। କଟାମୁଣ୍ଡ ମିଳୁ ନଥିବାରୁ ଏମ୍ଭି-୨୬ ଓ ରାଖେଲଗୁଡ଼ା ମଧ୍ୟରେ ବିବାଦ ଦେଖା ଦେଇଥିଲା।
ସେପଟେ ସ୍ବାଭାବିକ ହେଉଛି ମାଲକାନଗିରିର ଏମ୍ ଭି-୨୬ ଓ ରାଖେଲଗୁଡ଼ା । ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଗାଁର ପ୍ରତିନିଧିଙ୍କୁ ନେଇ ଶାନ୍ତି କମିଟି ବୈଠକ ବସିଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତଙ୍କର ଦାବି ଶୁଣିଥିଲେ ଜିଲ୍ଲାପାଳ।ଡିଆଇଜି ଓ ଏସପିଙ୍କ ଉପସ୍ଥିତିରେ ଶାନ୍ତି ଫେରାଇବାକୁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି।