ଓଡ଼ିଆ ନ୍ୟୁଜ୍: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ। ଉଭୟଙ୍କ ମଧ୍ୟରେ ଅଧଘଣ୍ଟାରୁ ଅଧିକ ସମୟ ଆଲୋଚନା। ଦିଲ୍ଲୀପଙ୍କ ସହ ପାରିବାରିକ ସଂପର୍କ ରହିଛି କହିଲେ ଆଇନ ମନ୍ତ୍ରୀ।ବାପା ବିଶ୍ବଭୂଷଣଙ୍କୁ ମଧ୍ୟ ଦିଲ୍ଲୀପ ଭେଟିଛନ୍ତି ବୋଲି କହିଲେ ଆଇନ ମନ୍ତ୍ରୀଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ଦିଲ୍ଲୀପ ରାୟ । ରାଜ୍ୟସଭା ଚତୁର୍ଥ ସିଟ୍କୁ ନେଇ ଦିଲ୍ଲୀପ ରାୟଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଘରେ ଅଧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଆଲୋଚନା ହୋଇଛି ।
ଉଭୟ ନେତାଙ୍କ ଭେଟଘାଟ ନେଇ ଚର୍ଚ୍ଚା ଜୋର ଧରିଛି । ଅଧା ଘଣ୍ଟାରୁ ଅଧିକ ସମୟ ଆଲୋଚନା କରି ବାହାରିଲେ ଦିଲ୍ଲୀପ ରାୟ । ତେବେ ଭେଟଘାଟ ନେଇ ଦିଲ୍ଲୀପ ରାୟ କୌଣସି ମନ୍ତବ୍ୟ ଦେଇନଥିବା ବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଆମ ଘର ସହିତ ତାଙ୍କର ପାରିବାରିକ ସମ୍ପର୍କ ରହିଛି । ପୂର୍ବରୁ ମଧ୍ୟ ସେ ଆମ ଘରକୁ ଆସନ୍ତି । ବାପା ବିଶ୍ଵଭୂଷଣ ହରିଚନ୍ଦନ ମଧ୍ୟ ମୋ ସହିତ ଅଛନ୍ତି ତାଙ୍କୁ ମଧ୍ୟ ଦିଲ୍ଲୀପ ରାୟ ଭେଟିଛନ୍ତି ।