ଜୀବନ ହାରିଲେ ନିଟ୍ ପରୀକ୍ଷାର୍ଥୀ
ଓଡ଼ିଆ ନ୍ୟୁଜ୍:ଭଡ଼ା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ଭଦ୍ରକ ଟ୍ରେଜେରୀ ଅଫିସ୍ ପଛ ପଟ ଭଡ଼ା ଘରୁ ମୃତଦେହ ଉଦ୍ଧାର। ମୃତ ୧୯ ବର୍ଷୀୟ ଯୁବକଙ୍କ ଘର ତିହିଡ଼ି ବ୍ଲକ ନୁନ୍ଦର ଗାଁରେ। ୩ ତାରିଖରେ ନିଟ୍ ପରୀକ୍ଷା ଦେଇଥିଲେ ଯୁବକ।ପରୀକ୍ଷାରେ ଭଲ କରି ନଥିବା ଅନୁମାନ କରି ଜୀବନ ହାରିଥିବା କହିଲେ ପରିବାର।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡି ଥାନା ନୋ ଗାଁରେ ଜ୍ୟୋତିପ୍ରକାଶ ବାରିକ ଭୁବନେଶ୍ୱରରେ ରହି NEET ପରୀକ୍ଷା ଦେଇଥିଲେ । ପ୍ରଥମ ନିଟ୍ ପରୀକ୍ଷାରେ ୩୩୦ ମାର୍କ ରଖିଥିଲେ । ପରେ ଭଦ୍ରକ ଆସି ବାପା ଓ ମାଆଙ୍କ ସହ ରହି ପାଠ ପଢୁଥିଲେ । ଅନେକ ସମୟରେ ପରୀକ୍ଷା ଫଳକୁ ନେଇ ସେ ଚିନ୍ତିତ ରହୁଥିଲେ । ଏପିରିକି ଅନେକ ସମୟରେ ସେ ଭବିଷ୍ୟକରେ କିଛି କରିପାରିବେ ନାହିଁ ବୋଲି ପରିବାର ଲୋକଙ୍କୁ ବାରମ୍ବାର କହୁଥିଲେ ।
୨ୟ ଥର ପାଇଁ ସେ ନିଟ୍ ପରୀକ୍ଷା ବି ଦେଇଥିଲେ । ନିଜ ପରୀକ୍ଷାକୁ ନେଇ ସମୀକ୍ଷା ମଧ୍ୟ କରିଥିଲେ । ତେବେ ପରୀକ୍ଷା ଫଳ ଏଥର ମଧ୍ୟ ଖରାପ ହେବ ବୋଲି ସନ୍ଦେହ କରି ଆତ୍ମହତ୍ୟା କରିଛନ୍ତି । ବାପାଙ୍କ ଦୋକାନକୁ ମା କାମ ପାଇଁ ଯାଇଥିବା ବେଳେ ଭଡ଼ା ଘରେ ଜ୍ୟୋତିପ୍ରକାଶ ଆତ୍ମହତ୍ୟା କରିଛନ୍ତି । ସେଠାରୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।