ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ହାଇଦ୍ରାବାଦ ନିବେଶ ସମ୍ମିଳନୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ସମ୍ବର୍ଦ୍ଧନା କରାଯାଇଥିଲା।ନିବେଶ ସମ୍ମିଳନୀରେ ପ୍ରାୟ ୨୫ଟି ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ। ୫ ଶହରୁ ଅଧିକ ଶିଳ୍ପପତିଙ୍କ ସହ ଆଲୋଚନା, ୧୩ଟି MOU ସ୍ବାକ୍ଷର।ନିବେଶ ସମ୍ମିଳନୀରେ ୬୭ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ। ୨୭ ହଜାର ୬୫୦ କୋଟିର MOU ସ୍ବାକ୍ଷର ନେଇ ସୂଚନା।

ସୂଚନା ଅନୁସାରେ, ରାଉଣ୍ଡ ଟେବୁଲରେ ୮ଟି ଫର୍ମା ଓ ଡିଫେନ୍ସର ୨୭ଟି ବୈଠକ ହୋଇଛି ।୩୮ ନିବେଶକଙ୍କ ସହ ୱାନ୍‌ ଟୁ ୱାନ୍‌ ସହ ୭୩ଟି ବୈଠକ ହୋଇଛି । ୧୩ ଟି MoU ସ୍ୱାକ୍ଷର ସହ ୨୭ ହଜାର ୬୫୦ କୋଟି ନିବେଶ ହୋଇଥିବା ଜଣାପଡିଛି ।ତେବେ ଏହା ଦ୍ବାରା ୧୫ ହାଜର ୯୦୫ ଜଣଙ୍କୁ ନିଯୁକ୍ତି ମିଳିବ । ୬୬ ହଜାର ୭୮୧ କୋଟି ନିବେଶ ସହ ୫୬ ହଜାର ନିଯୁକ୍ତି ପ୍ରସ୍ତାବ ଆସିଛି । ଆଗାମୀ ଦିନରେ ବେଙ୍ଗାଲୁର ଓ କୋଲକାତାରେ ନିବେଶକ ସମ୍ମିଳନୀ ହେବ ।

Leave A Reply

Your email address will not be published.