ପାଇଖାନା ଟାଙ୍କି ପାଣିରେ ଭାସୁଛି ସିଆରପି ଛକ, ମୋବସ ଷ୍ଟାଣ୍ଟରେ ଛିଡା ହେଉଥିବା ଯାତ୍ରୀ ଦୃଗନ୍ଧରେ ରହିପାରୁନାହାନ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସିଆରପି ଛକ ମୋ ବସ ଷ୍ଟାଣ୍ଡ ପଛରେ ଭାସୁଛି ଲାଟିନ ପାଣି l ସ୍ଥାନୀୟ ଦୋକାନୀ ଏବଂ ଅଂଚଳ ବାସି ଦୃଗନ୍ଧରେ ରହି ପାରୁନାହାନ୍ତି 10 ଦିନ ହେବ l ଲୋକେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ବିଏମସି ଶୁଣୁନି ।  ଯୋଉଥି ପାଇଁ ଲୋକେ ଲାଟିନ ପାଣିରେ ପଶି ଯାତାୟତ କରୁଛନ୍ତି l ବଡ଼ କଥା ହେଲା ନିକଟରେ ମୋ ବସ ଷ୍ଟାଣ୍ଡ ରହିଛି ।ଏହି ଲାଟିନ ପାଣି ମୋ ବସ ଷ୍ଟାଣ୍ଡ ପଛରେ ଜମା ହୋଇ ରହୁଛି l ଯୋଉଁଥି ପାଇଁ ବସକୁ ଅପେକ୍ଷା କରୁଥିବା ଯାତ୍ରୀ ଦୃଗନ୍ଧରେ ଷ୍ଟାଣ୍ଡରେ ଛିଡା ହୋଇ ପାରୁ ନାହାନ୍ତି । ଆହୁରି ମଧ୍ୟ ପାଣି ଜମୁ ଥିବାରୁ ଡେଙ୍ଗୁ ମଶା ଅଣ୍ଡା ଦେଇ ଛୁଆ ଜନ୍ମ କରି ଆତଙ୍କ କରୁଛନ୍ତି। ମଶା ପାଇଁ ଏନ-1 ଇ-ବ୍ଲକ ଅଞ୍ଚଳ ବାସୀ ଡେଙ୍ଗୁରେ ପୀଡିତ ହେଉଛନ୍ତି l ଏନେଇ ଅଞ୍ଚଳବାସୀ ସ୍ଥାନୟୀ କର୍ପୋରେଟଙ୍କୁ କହିଥିଲେ ମଧ୍ୟ ସେ ବିଏମସିକୁ କହିବାକୁ କହୁଛନ୍ତି।

ବିଏମସିକୁ ଅଭିଯୋଗ କଲେ ମଧ୍ୟ ସେ ମଧ୍ୟ କର୍ପୋରେଟରଙ୍କୁ କହିବାକୁ କହୁଛନ୍ତି l ଏଭଳି ଟଣl ଓଟରା ଭିତରେ ଫସିଛନ୍ତି ଅଞ୍ଚଳବାସୀ। ସିଆରପି ଛକ ରାଜଧାନୀର ଭିଆଇପି ଜୋନ l କିନ୍ତୁ ଏଭଳି ସ୍ଥାନରେ ଯଦି ଲାଟିନ ପାଣି ଭାସୁଛି ତେବେ ରାଜଧାନୀର ଅନ୍ୟ ଅଞ୍ଚଳ ଅବସ୍ଥା କିଭଳି ଥିବ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି l ଏହି ଲାଟିନ ପାଣି ତ୍ରିପେକ୍ସ ସ୍ମାର୍ଟ ଅଫିସ ଥିବା ଏକ ଘରୁ ବାହାରୁଛି l କିନ୍ତୁ ଘର ମାଲିକ ଏଭଳି କରୁଥିଲେ ବି ତାଙ୍କ ବିରୋଧରେ କିଛିବି କାର୍ଯ୍ୟନୁଷ୍ଠlନ ଗ୍ରହଣ କରାଯାଉନି l

Leave A Reply

Your email address will not be published.