ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ: ଆତଙ୍କିତ ନହୋଇ ସଚେତନ ରହିବାକୁ ରାଜଧାନୀବାସୀଙ୍କୁ ମେୟରଙ୍କ ନିବେଦନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ମାସର ମଧ୍ୟ ଭାଗରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ବିଏମସି ପକ୍ଷରୁ ମଧ୍ୟ ଅନୁରୂପ ଭାବେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ତଥା ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ସମ୍ଭାବ୍ୟ ହିଟ ୱେଭକୁ ପ୍ରତିହତ କରିବାକୁ ଯାଇ ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ କୌଣସି ପ୍ରକାର ଆତଙ୍କିତ ନହୋଇ ସଚେତନ ରହିବାକୁ ମେୟର ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି। ହିଟ ୱେଭ ପାଇଁ ନଳକୂପ ମରାମତି, ୱାଟର ଏ ଟି ଏମ ଗୁଡିକୁ ସଚଳ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲି ସେଥିରେ ଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା, ଅଂଶୁଘାତ ଜନିତ ସମସ୍ୟାକୁ ରୋକିବା ପାଇଁ ସମସ୍ତ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା ସହ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ସେହିଭଳି ସମସ୍ତ ବିଭାଗକୁ 8ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ମେୟର। ହିଟୱେଭ ସମୟରେ କୋଇଲା ଭାଟି ଲଗାଇବା ଉପରେ କଟକଣା ସହ ବିଏମସି ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।..

Leave A Reply

Your email address will not be published.