ଦେଶରେ ବୟସ୍କ କରୋନା ସଂକ୍ରମଣର ଚିକିତ୍ସା ପାଇଁ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ନାସାଲ୍ ସ୍ପ୍ରେ ଲଞ୍ଚ କରିଛି। ଯାହାର ନାମ ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ ଲଞ୍ଚ କରିଛି | କାନାଡାର ଏକ କମ୍ପାନୀ SaNOtize ର ସହଯୋଗରେ ଗ୍ଲେନମାର୍କ ଏହାକୁ ପ୍ରସ୍ତୁତ କରିଛି | ଭାରତରେ ନାଇଟ୍ରିକ୍ ଅକ୍ସାଇଡକୁ ଫ୍ୟାବି ସ୍ପ୍ରେ ବ୍ରାଣ୍ଡ ଆଧାରରେ ଲଞ୍ଚ କରାଯାଇଛି | ନାସାଲ୍ ସ୍ପ୍ରେ ପାଇଁ କମ୍ପାନୀକୁ ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ଅନୁମୋଦନ ମିଳିଛି।
କମ୍ପାନୀ ଦାବି କରିଛି ଯେ ଏହି ନାଇଟ୍ରିକ୍ ଅକ୍ସାଇଡ୍ ଆଧାରିତ ନାସାଲ୍ ସ୍ପ୍ରେ ନାକର ଉପର ପୃଷ୍ଠରେ କରୋନା ଜୀବାଣୁକୁ ପ୍ରଭାବଶାଳୀ ଭାବରେ ଦୂର କରିବା ପାଇଁ କାର୍ଯ୍ୟ କରିଥାଏ | ପରୀକ୍ଷଣ ସମୟରେ ଏହା ଦେଖାଯାଇଥିଲା ଯେ ଔଷଧରେ ଆଣ୍ଟି-ମାଇକ୍ରୋବାୟଲ୍ ଅଛି ଯାହା କୋଭିଡ-୧୯ ଜୀବାଣୁ ବିଲୋପ କରିଛି | ଯେତେବେଳେ ଏହି ସ୍ପ୍ରେ ନାସାଲ୍ ମ୍ୟୁକସ ଉପରେ ସ୍ପ୍ରେ କରାଯାଏ, ସେତେବେଳେ ଏହା ଏକ ରାସାୟନିକ ପ୍ରତିବନ୍ଧକ ସୃଷ୍ଟି କରେ ଯାହା ଶରୀରରେ ଭୂତାଣୁକୁ ବ୍ୟାପିବାରୁ ଅଟକାଇବା ଏବଂ ଫୁସଫୁସକୁ ସଂକ୍ରମିତ ହେବାରୁ ବଞ୍ଚାଇଥାଏ।
କୋଭିଡ-୧୯ ପାଇଁ ସ୍ପ୍ରେକୁ ଏକ ପ୍ରଭାବଶାଳୀ ଏବଂ ନିରାପଦ ଆଣ୍ଟିଭାଇରାଲ୍ ଚିକିତ୍ସା ଭାବରେ ବର୍ଣ୍ଣନା କରି ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ର ମୁଖ୍ୟ ବାଣିଜ୍ୟ ଅଧିକାରୀ ରବର୍ଟ କ୍ରୋକାର୍ଟ କହିଛନ୍ତି, “ଆମେ ନିଶ୍ଚିତ ଯେ ଏହା ରୋଗୀଙ୍କୁ ଏକ ଆବଶ୍ୟକୀୟ ତଥା ସମୟାନୁବର୍ତ୍ତୀ ଚିକିତ୍ସା ବିକଳ୍ପ ପ୍ରଦାନ କରିବ। ଏହା ଏକ ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାବରେ, ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ କୋଭିଡ-୧୯ ମହାମାରୀ ବିରୁଦ୍ଧରେ ଭାରତର ଏହି ଲଢେ଼ଇ ଏକ ଅବିଚ୍ଛେଦ୍ୟ ଅଙ୍ଗ । ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ ପାଇଁ ଅନୁମୋଦନ ଗ୍ରହଣ କରି ଏବଂ SaNOtize ସହଭାଗିତାରେ ଏହାକୁ ଲଞ୍ଚ କରିବାକୁ ଆମେ ଆନନ୍ଦିତ ବୋଲି ସେ କହିଛନ୍ତି। ଗ୍ଲେନ୍ ମାର୍କ ଫାର୍ମାସ୍ୟୁଟିକାଲ୍ସର କ୍ଲିନିକାଲ୍ ଡେଭଲପମେଣ୍ଟର ମୁଖ୍ୟ, ଡ଼ା. ମୋନିକା କହିଛନ୍ତି ଯେ, ଏହାର ରୋଗୀମାନଙ୍କ ଉପରେ କରାଯାଇଥିବା ପରୀକ୍ଷା ବହୁତ ସକାରାତ୍ମକ ଫଳାଫଳ ଦେଖାଇଛି |