କାହିଁକି ବସକୁ ସିଜ କଲା ପରିବହନ ବିଭାଗ ?

0

୦୭.୦୩.୨୦୨୦ ( ଓଡିଆ ନ୍ୟୁଜ ବ୍ୟୁରୋ): ଆଜି ବାଲେଶ୍ୱର ଆର୍‌ଟିଓ ଅଫିସ ପକ୍ଷରୁ ଏକ ଘରୋଇ ବସ୍‌କୁ ସିଜ କରାଯିବ। ସହ  ୧୩ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି। ଏହି ବସ ଟିର ନାମ ଶ୍ରୀ ଲୋକନାଥ l ଏହି ବସ ଟିର ମାଲିକ ଙ୍କ  ଅନ୍ୟ ଦୁଇ ବସ୍‌ର ଟ୍ୟାକ୍ସ ଓ ପେନାଲ୍‌ଟି ବାବଦରେ ୧୩ ଲକ୍ଷ ୫୦ ହଜାର ଟଙ୍କାର ବକେୟା ଥିଲା। ଏହି ବକେୟା ଅର୍ଥ ସେ ପଇଠ କରୁ ନ ଥିବାରୁ ତାଙ୍କର ଅନ୍ୟ ବସ୍‌କୁ ଜବତ କରିବା ଲାଗି ପରିବହନ କମିଶନର ନିର୍ଦେଶ ଦେଇଥିଲେ। ତେଣୁ ଆର୍‌ଟିଓ ଆଜି ‘ଶ୍ରୀ ଲୋକନାଥ’ କଟକରୁ ବାଲେଶ୍ୱର ଆସୁଥିବା ବେଳେ ତାହାକୁ ସିଜ୍‌ କରିଥିଲେ। ଏହି ବସର ଦାମ ୧୫ରୁ ୨୮ ଲକ୍ଷ ହୋଇଥିବା ବେଳେ  ବସ ଉପରେ ୧୩ ଲକ୍ଷ ୫୦୦ ଟଙ୍କାର ଫାଇନ୍ କରାଯାଇଥିବାରୁ ଏହା ଏକ ଆଲୋଚନାର ବିଷୟ ପାଲଟିଛି  ।

Leave A Reply

Your email address will not be published.