ଆଜିଠାରୁ ବଦଳୁଛି ଏହି ଜରୁରୀ ନିୟମ

0

ସେପ୍ଟେମ୍ବର ୧ ଅର୍ଥାତ୍ ଆଜିଠାରୁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । ସେପ୍ଟେମ୍ବରରେ ଅନେକ ଆର୍ଥିକ ନିୟମ ପ୍ରଭାବିତ ହେବ, ଯାହାକି ଆପଣଙ୍କ ପକେଟ୍ ଉପରେ ସିଧା ପ୍ରଭାଗ ପକାଇବ । ଏହି ପରିବର୍ତ୍ତନ ଯୋଗୁଁ କେତେକ କ୍ଷେତ୍ରରେ ଆପଣଙ୍କୁ ରିହାତି ମିଳିବ ତ ଆଉ କେତେକ କ୍ଷେତ୍ରରେ ଆପରଙ୍କ ପକେଟ୍ ଖାଲି ହୋଇଯିବ । ତେବେ ଆସନ୍ତୁ ଜାଣିବା କେଉଁ ନିୟମରେ ପରିବର୍ତ୍ତନ ହେବ…

– ପିଏଫ୍ ନିୟମରେ ପରିବର୍ତ୍ତନ

ଚାକିରୀ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର । ସେପ୍ଟେମ୍ବର ୧ ରୁ ଯଦି ଆପଣଙ୍କର ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର ବା ୟୁଏଏନ ଆପଣଙ୍କର ଆଧାର କାର୍ଡ ସହିତ ଲିଙ୍କ୍ ହୋଇନାହିଁ, ତେବେ ନିଯୁକ୍ତିଦାତା ଆପଣଙ୍କର ପିଏଫ୍ ଆକାଉଣ୍ଟରେ କ୍ରେଡିଟ୍ କରିପାରିବେ ନାହିଁ । ତେବେ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ଇପିଏଫଓରେ ଲୋକଙ୍କୁ ୧ ସେପ୍ଟେମ୍ବର ପୂର୍ବରୁ ଆଧାର କାର୍ଡକୁ ୟୁଏଏନ ନମ୍ବର ସହିତ ଲିଙ୍କ କରିବାକୁ କୁହାଯାଇଥିଲା ।

– ମହଙ୍ଗା ହେଲା ଏଲପିଜି ଗ୍ରାସ୍ ସିଲିଣ୍ଡର

ଆଜିଠାରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ପୁଣି ମହଙ୍ଗା ହୋଇଛି । ୧୪.୨ କିଲୋଗ୍ରାମର ଅଣ ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଅଗଷ୍ଟ ୧୭ରେ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ବଢ଼ିଥିଲା । ଏହା ବ୍ୟତୀତ ୧୯ କିଲୋଗ୍ରାମର ବ୍ୟବସାୟିକ ସିଲିଣ୍ଡରରେ ୭୫ ଟଙ୍କା ବୃଦ୍ଧି କରାଯାଇଛି ।

– ଚେକ୍ କ୍ଲିଅର୍ ସିଷ୍ଟମରେ ପରିବର୍ତ୍ତନ
ଯଦି ଆପଣ ଚେକ୍ ଦ୍ୱାରା ଟଙ୍କା ପଠାଉଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେପ୍ଟେମ୍ବର ୧ରୁ ୫୦,୦୦୦ ଟଙ୍କାରୁ ଅଧିକ ଚେକ୍ ପ୍ରଦାନ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ । କାହିଁକି ନା ବ୍ୟାଙ୍କଗୁଡିକ ଏବେ ‘ପଜିଟିଭ ପେ ସିଷ୍ଟମ’ ଲାଗୁ କରିଛନ୍ତି । ଅଧିକାଂଶ ବ୍ୟାଙ୍କ ଆଜିଠାରୁ ପିପିଏସ ଲାଗୁ କରିବାକୁ ଯାଉଛନ୍ତି ।

– କାର ମହଙ୍ଗା ହେବ
ଯଦି କାର୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ବଡ ଝଟକା ଲାଗିବାକୁ ଯାଉଛି । କାରଣ ଦେଶର ସବୁଠାରୁ ବଡ଼ କମ୍ପାନୀ Maruti Suzukiର ପୁଣି ଥରେ ମହଙ୍ଗା ହୋଇଛି । ଆଜିଠାରୁ କମ୍ପାନୀର ସମସ୍ତ ମଡେଲର ମୂଲ୍ୟ ବୃଦ୍ଧି ହୋଇଛି ।

– ପିଏନବିରେ ସେଭିଙ୍ଗ ଆକାଉଣ୍ଟରେ ହ୍ରାସ ପାଇବ ସୁଧ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ର ଗ୍ରାହକଙ୍କୁ ମାସ ଆରମ୍ଭରୁ ବଡ଼ ଝଟକା ଲାଗିବାକୁ ଯାଉଛି । କାରଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସେପ୍ଟେମ୍ବର ୧ରୁ ସେଭିଙ୍ଗ ଆକାଉଣ୍ଟ ଜମା ଉପରେ ସୁଧ ହାର ହ୍ରାସ କରିବାକୁ ଯାଉଛି । ଏହି ସୂଚନା ବ୍ୟାଙ୍କର ଅଫିସିଆଲ୍ ୱେବସାଇଟରେ ଦିଆଯାଇଛି । ସେଭିଙ୍ଗ ଆକାଉଣ୍ଟରେ ସୁଧ ହାର ବାର୍ଷିକ ୩ ପ୍ରତିଶତରୁ ୨.୯୦ ପ୍ରତିଶତକୁ ହ୍ରାସ କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ବ୍ୟାଙ୍କର ଏହି ନିଷ୍ପତ୍ତିର ପ୍ରଭାବ ଉଭୟ ନୂଆ ଓ ପୁରୁଣା ଗ୍ରାହକଙ୍କ ଉପରେ ପଡ଼ିବ ।

– ଓଟିଟି ପ୍ଲାଟଫର୍ମ ସବସ୍କ୍ରିପସନ୍ କିଣିବା ମହଙ୍ଗା

ଭାରତର ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରର ସଦସ୍ୟତା ସେପ୍ଟେମ୍ବର ୧ରୁ ମହଙ୍ଗା ହେବ । ଏହା ପରେ ଉପଭୋକ୍ତାମାନଙ୍କୁ ବେସ୍ ପ୍ଲାନ୍ ପାଇଁ ୩୯୯ ଟଙ୍କା ବଦଳରେ ୪୯୯ ଟଙ୍କା ଦେବାକୁ ପଡିବ । ଅର୍ଥାତ୍ ଉପଭୋକ୍ତାଙ୍କୁ ୧୦୦ ଟଙ୍କା ଅଧିକ ଦେବାକୁ ପଡିବ । ଏହା ବ୍ୟତୀତ ଉପଭୋକ୍ତାମାନେ ୮୯୯ ଟଙ୍କାରେ ଦୁଇଟି ଫୋନରେ ଆପ୍ ଚଳାଇବାକୁ ସକ୍ଷମ ହେବେ । ଏହା ସହ ସବସ୍କ୍ରିପସନ ପ୍ଲାନରେ ଏଚଡି କ୍ୱାଲିଟି ଉପଲବ୍ଧ ହେବ । ଏହା ବ୍ୟତୀତ ଆପଣ ୧,୪୯୯ ଟଙ୍କା ପାଇଁ ୪ ଟି ସ୍କ୍ରିନରେ ଏହି ଆପ୍ ଚଳାଇବାକୁ ସମର୍ଥ ହେବେ ।

– ଆମାଜନ ଲଜିଷ୍ଟିକ୍ ମୂଲ୍ୟ ବୃଦ୍ଧି

ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ବୃଦ୍ଧି କରି ଆମାଜନ ଲଜିଷ୍ଟିକ୍ ମୂଲ୍ୟ ବଢ଼ାଇପାରେ । ସେପ୍ଟେମ୍ବର ୧ରୁ ଆମାଜନରୁ ସାମଗ୍ରୀ ଅର୍ଡର କରିବା ମହଙ୍ଗା ହେବ । ଏପରି ପରିସ୍ଥିତିରେ ୫୦୦ ଗ୍ରାମର ପ୍ୟାକେଜ୍ ପାଇଁ ୫୮ ଟଙ୍କା ଦେବାକୁ ପଡିପାରେ । ଏଥି ସହିତ ଆଞ୍ଚଳିକ ମୂଲ୍ୟ ୩୬.୫୦ ଟଙ୍କା ହେବ ।

– ଏପରି ଆପ୍ ଉପରେ ପ୍ରତିବନ୍ଧକ

ଗୁଗୁଲର ନୂଆ ପଲିସି ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହୋଇଛି । ଏହା ଅଧୀନରେ ନକଲି ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁଥିବା ଆପ୍ ଉପରେ ଆଜିଠାରୁ ପ୍ରତିବନ୍ଧକ ଲାଗିବ । ଗୁଗୁଲ ଏହାର ବ୍ଲଗ୍ ପୋଷ୍ଟରେ କହିଛି ଯେ, ଆପ୍ ଡେଭଲପର୍ମାନଙ୍କ ଦ୍ୱାରା ଦୀର୍ଘ ଦିନ ଧରି ବ୍ୟବହୃତ ହୋଇନଥିବା ଆପ୍ ଗୁଡିକ ବ୍ଲକ୍ କରାଯିବ । ତେବେ ଗୁଗୁଲ୍ ପ୍ଲେ ଷ୍ଟୋର ନିୟମଗୁଡିକୁ ପୂର୍ବ ଅପେକ୍ଷା ଅଧିକ ଶକ୍ତ କରାଯାଉଛି । ଗୁଗୁଲ୍ ଡ୍ରାଇଭ୍ ବ୍ୟବହାରକାରୀଙ୍କୁ ସେପ୍ଟେମ୍ବର ୧୩ ରେ ଏକ ନୂତନ ସିକ୍ୟୁରିଟି ଅପଡେଟ୍ ମିଳିବ ।

Leave A Reply

Your email address will not be published.