କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

0

ଓଡ଼ିଶାର ଫିଲ୍ମଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ତେଣୁ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶକ୍ତିଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ନେଇ ତାଙ୍କର ପତ୍ନୀ ସୂଚନା ଦେଇଛନ୍ତି ।

ଶକ୍ତି ନିଜର ସ୍ୱତନ୍ତ୍ର ଗାଇବା ଶୈଳୀ ପାଇଁ ଓଡ଼ିଶାର ଘରେ ଘରେ ବେଶ୍ ପରିଚିତ ଥିଲେ । ସେ ‘ମୋର ଭୂଗୋଳରେ ଭଲ ହେଉଥିଲା’, ‘ବୟସ ରାଜପଥରେ’ ପରି ଅନେକ ହିଟ୍ ଗୀତ ଗାଇ ଯୁବପୀଢ଼ିଙ୍କ ମଧ୍ୟରେ ଜଣେ ଚର୍ଚ୍ଚିତ ସିଙ୍ଗର ଭାବେ ପରିଗଣିତ ହୋଇଥିଲେ । ତାଙ୍କର ମଧୁର କଣ୍ଠସ୍ୱର ଅନ୍ୟ ଗାୟକଙ୍କଠାରୁ ତାଙ୍କୁ ବେଶ୍ ଅଲଗା ପରିଚୟ ଦେଇଥିଲା । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ପରଲୋକ ହୋଇଯାଇଥିଲା । ତପୁଙ୍କର ଫୁସଫୁସର ୫୦ ପ୍ରତିଶତ ନଷ୍ଟ ହେବା ସହ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.