ଏଟିଏମ୍ କାର୍ଡ ପାଖରେ ନଥିଲେ ବି ଉଠାଇପାରିବେ ଟଙ୍କା, ବିୟୁଟିସିଆନଙ୍କ କମାଲ…

0

ପାଖରେ କ୍ୟାସ୍ ନାହିଁ । ବଜାର ଆସିଯାଇଛନ୍ତି ଆଉ ହଠାତ୍ କ୍ୟାସ୍ ଦରକାର ପଡ଼ିଲା । କିନ୍ତୁ ପର୍ସ ଦେଖିବାକୁ ବେଳକୁ ଭୁଲିଯାଇଛନ୍ତି ଆଣିବାକୁ ଏଟିଏମ୍ କାର୍ଡ । ତେବେ ଜରୁରି କାମ ପୂରଣ କରିବେ କେମିତି? ଏଇ ଚିନ୍ତାରେ ଯେକେହି ପଡ଼ିବା ସ୍ୱାଭାବିକ । କିନ୍ତୁ ସେଥିଲାଗି ଉପାୟ ଅଛି । ବିନା ଏଟିଏମ୍ କାର୍ଡରେ ବି ଆପଣ କାଉଣ୍ଟରରୁ ଉଠାଇ ପାରିବେ ଟଙ୍କା । ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ହଁ, ଏଟିଏମ୍ କାର୍ଡ ନଥିଲେ ଜଣେ ନିଜ ନଖ ଦ୍ୱାରା ଉଠାଇପାରିବ ଟଙ୍କା । ଏଭଳି ଅଦ୍ଭୂତ ଉପାୟକୁ ସାର୍ଥକ କରି ଦେଖାଇଛନ୍ତି ଜଣେ ବିୟୁଟିସିଆନ୍ । ଦୁବାଇରେ ରହୁଥିବା ଏହି ବିୟୁଟିସିଆନ୍ ଜଣଙ୍କ ନଖରେ ଲଗାଇ ଦେଉଛନ୍ତି ଏକ ମାଇକ୍ରୋଚିପ୍ । ଯାହା ଫଳରେ ଜଣେ ଅତି ସହଜରେ ଡିଜିଟାଲ୍ କାରବାର କରିପାରୁଛି । ନଖରେ ଲଗାଯାଇଥିବା ମାଇକ୍ରୋଚିପ୍ ନିୟର ଫିଲ୍ଡ କମ୍ୟୁନିକେସନ ଟେକନିକ ଅର୍ଥାତ୍ ନିକଟ ପରିସରରେ ଯୋଗାଯୋଗ କରିବାର ଏକ ସୂତ୍ର ଆଧାରରେ ହିଁ କାମ କରିଥାଏ । ଦୁବାଇରେ ଏକ ବ୍ୟୁଟି ସେଲୁନ ଦେଇଥିବା ସମ୍ପୃକ୍ତ ମାଲିକ କହିଛନ୍ତି ଯେ ସେ ପାଖାପାଖି ୫୦୦ ମାଇକ୍ରୋଚିପ ପ୍ରସ୍ତୁତ କରିସାରିଲେଣି । କିନ୍ତୁ ଏହି ଚିପ୍ ଆହୁରି ଛୋଟିଆ କରିବାକୁ ସେ ଚେଷ୍ଟା କରୁଛନ୍ତି ।

ନେଲ ସର୍ଭିସର ପ୍ରକ୍ରିୟା ପ୍ରଥମେ ଜେଲ୍ ପଲିସ କୋଟରୁ କରାଯାଇଥାଏ । ଏହାପରେ ଚିପକୁ ତଳେ ଲଗାଯାଇଥାଏ ଏବଂ ନଖକୁ ନେଲପଲିସ କୋଟ୍ ଲଗାଇ ଢାଙ୍କି ଦିଆଯାଏ । ଚିପରେ ଦିଆଯାଇଥିବା ସମସ୍ତ ତଥ୍ୟ ଡିଜିଟାଲ ବିଜନେସ କାର୍ଡ ଭାବରେ ବ୍ୟବହାର କରାଯାଏ । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ, ମୋବାଇଲ ନମ୍ବର, ସୋସିଆଲ ମିଡିଆ ଆକାଉଣ୍ଟ ଆଦି ଉକ୍ତ ଚିପ୍ ମାଧ୍ୟମରେ ଫିଡ୍ କରାଯାଇ ଆକ୍ଟିଭ୍ କରିଦିଆଯାଏ । ଫଳରେ ଜଣେ ସହଜରେ ସେସବୁ ବ୍ୟବହାର କରିପାରିବେ ।

Leave A Reply

Your email address will not be published.